ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରର ନବ ନିର୍ବାଚିତ ପୌରାଧକ୍ଷ୍ୟା ଓ ସଭ୍ୟମାନେ ଆଜି ବିଧିବଦ୍ଧ ଭାବେ ବଲାଙ୍ଗିର ପୌର ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ଅଧ୍ୟକ୍ଷା ଲିକା ସାହୁଙ୍କ ସମେତ ସମସ୍ତ ୨୧ ଜଣ ସଦସ୍ୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲା। ଏହି ସଭାରେ ବଲାଙ୍ଗିର ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଲମ୍ବୋଧର ଧରୁଆ ଓ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦିପଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ନବ ନିର୍ବାଚିତ ପାର୍ଥିନୀ ଓ ପାର୍ଥୀମାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଫୁଲତୋଡ଼ା ଦେଇ ସ୍ବାଗତ୍ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନ୍ସିଲରମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ଧରୁଆ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପରେ ପରେ ଲିକା ସାହୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀମତୀ ସାହୁ ସମସ୍ତ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କର ମହିଳାମାନଙ୍କ ପାଇଁ ଯେଉଁ ଯୋଜନା ରହିଛି। ତା ଉପରେ କାର୍ଯ୍ୟ କରିବେ ବୋଲି କହିବା ସହ ବଲାଙ୍ଗିର ସହରବାସୀଙ୍କ ସହ ପରିବାର ସଦସ୍ୟ ଭଳି ମିଶି କାମ କରିବେ ବୋଲି ଲିକା ସାହୁ ପ୍ରତିଶ୍ରୁତି ଦେଇଛନ୍ତି।