ମୁମ୍ବାଇ,ଏଜେନ୍ସି: ଆକ୍ସନ ଫିଲ୍ମ ପାଇଁ ଜଣା ଯାଉଥିବା ଜନ ଅବ୍ରାହମଙ୍କ ଏକ ନୂଆ ଫିଲ୍ମ ‘ମୁମ୍ବାଇ ସାଗା’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଫିଲ୍ମରେ ଜନ ଅବ୍ରାହମଙ୍କ ସହିତ ଇମ୍ରାନ ହାଶମି ମଧ୍ୟ ଅଛନ୍ତି। ଏଥିସହିତ ସୁନିଲ ସେଠୀ, ସମୀର ସେନୀ, ରୋନିତ ରାଏ ପ୍ରମୁଖ ଏହି ଫିଲ୍ମରେ ନଜର ଆସିବେ। ଫିଲ୍ମରେ ଜନ ଅବ୍ରାହମ ଗ୍ୟାଙ୍ଗଷ୍ଟର ଅମର୍ତ୍ତ୍ୟ ରାଓଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର କାହାଣୀ ୮୦ ଦଶକର। ଏଥିରେ ଅମର୍ତ୍ତ୍ୟ ରାଓ ବମ୍ବେ ସଡ଼କରେ ବଡ଼ ହୋଇଛି ଓ ଭାଇର ମୃତ୍ୟୁ ପରେ ସେ ଗ୍ୟାଙ୍ଗଷ୍ଟର ହୋଇଯାଇଛି।
ସେହିପରି ଫିଲ୍ମରେ ଇମ୍ରାନ ହାସମି ଏକ ପୁଲିସର ଭୂମିକା ନିଭାଉଛନ୍ତି। ଯିଏକି ଜନର ସାମ୍ରାଜ୍ୟକୁ ଶେଷ କରିବାକୁ ଚାହୁଁଛି। ତେବେ ଟ୍ରେଲରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଜନ୍ ବମ୍ବେରେ ରାଜ କରିବାକୁ ଚାହୁଁଛନ୍ତି ଏବଂ ଇମ୍ରାନ ତାଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି। ଏହି ଫିଲ୍ମଟିରେ ଭରପୂର ଆକ୍ସନ ରହିଛି। ଫିଲ୍ମର ଏକ ଡାଇଲଗରେ ଅମର୍ତ୍ତ୍ୟ ରାଓ କହିଛନ୍ତି କି- ବନ୍ଧୁକ ତ କେବଳ ସଉକ ପାଇଁ ରଖିଛି, ଡରାଇବା ପାଇଁ ନାଁ ହିଁ ଯଥେଷ୍ଟ। ଫିଲ୍ମର କାହାଣୀ ସଞ୍ଜୟ ଗୁପ୍ତା ଲେଖିବା ସହ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଫିଲ୍ମର ପରିଚାଳନା କରୁଛନ୍ତି-ଭୂଷଣ କୁମାରଙ୍କ ଟି ସିରିଜ, କୃଷ୍ଣ କୁମାର, ଅନୁରାଧା ଗୁପ୍ତା ଓ ସଂଗୀତା ଅହିର। ୧୯ ମାର୍ଚ୍ଚ ୨୦୨୧ରେ ଏହି ଫିଲ୍ମଟି ରିଲିଜ ହେବ।