ରାଜଧାନୀରେ ୫ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩୧ହଜାର ୯୮୦କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଆଉ ୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨ଜଣ ଓ ସ୍ଥାନୀୟ ସଂକ୍ରମଣ ୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ହଜାର ୯୮୦କୁ ବୃଦ୍ଧି ପାଇଛି। ଅନ୍ୟପଟେ ୬ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୫ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ହଜାର ୯୮୦ ହୋଇଥିବାବେଳେ ୩୧ହଜାର ୬୩୮ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪୮ଜଣଙ୍କର ମୃତ୍ୟୁ ଘଟିଛି ଓ ୭୩ଜଣ ଚିକିତ୍ସିତ ହେଉଛନ୍ତି।