ଅର୍ଣ୍ଣବଙ୍କୁ ମୁମ୍ବାଇ ପୁଲିସର ଶାରୀରିକ ନିର୍ଯାତନା

ମୁମ୍ବାଇ,ଏଜେନ୍ସି: ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଟକ ରଖିବା ପାଇଁ ବୁଧବାର ମୁମ୍ବାଇ ପୁଲିସ ତାଙ୍କ ବାସ ଭବନରେ ପହଞ୍ଚିଛି। ସେଠାରେ ପୁଲିସ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହିତ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଥିବା ଗୋସ୍ୱାମୀ ଅଭିଯୋଗ କରିଛନ୍ତି। ତାଙ୍କୁ ଔଷଧ ଖାଇବାକୁ ମଧ୍ୟ ଦିଆଯାଇନାହିିଁ। ଏହା ପୂର୍ବରୁ ତାଙ୍କୁ କୌଣସି ନୋଟିସ ଜାରି ହୋଇନଥିବା ଗୋସ୍ୱାମୀ କହିଛନ୍ତି। ପୁଲିସ ସୂଚନା ଅନୁସାରେ ଇଣ୍ଟେରିୟର ଡିଜାଇନର୍ ଅନ୍‌ଭୟ ନାଏକ ଓ ତାଙ୍କ ମା’ କୁମୁଦ ନାୟକଙ୍କ ମୃତ୍ୟୁ ଘଟଣାରେ ଜଡ଼ିତ ଥିବା ନେଇ ତାଙ୍କୁ ଗିରଫ କରାଯାଇଥିବା କୁହାଯାଇଛି।

ସୂଚନା ଅନୁସାରେ ଟିଆରପିରେ ହେରଫେର ମାମଲାରେ ରିପବ୍ଲିକାନ ଟିଭି ସମେତ ୩ଟି ନ୍ୟୁଜ୍ ଚ୍ୟାନେଲ ନାଁରେ ଏଫଆଇଆର ରୁଜୁ ହୋଇଥିଲା। ଏନେଇ ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ କୋର୍ଟରେ ମାନହାନି କେସ କରିବା ସହ ତାଙ୍କୁ ମୁମ୍ବାଇ ପୁଲିସ କମା କରିବାକୁ ଅଟକାଉଥିବା ଅଭିଯୋଗ କରିଥିଲେ।