ଆଜି ଭାରତରେ ପହଞ୍ଚିବ ଆଉ ୩ ରାଫେଲ

ନୂଆଦିଲ୍ଲୀ,ଏଜେନ୍ସି: ଚୀନ ସୀମାରେ ଲାଗିରହିଥିବା ଉତ୍ତେଜନାକୁ ଲକ୍ଷ କରି ଭାରତୀୟ ବାୟୁସେନା ନିଜର ସାମରିକ ଶକ୍ତିକୁ ବୃଦ୍ଧି କରୁଛି। ଏହି ପରିପ୍ରେକ୍ଷୀରେ ଆଜି ୩ଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବ। ତେବେ ଗତ ୨ ତାରିଖ ଦିନ ଏହି ଯୁଦ୍ଧ ବିମାନଗୁଡ଼ିକ ଫ୍ରାନ୍ସରୁ ଉଡାଣ ଭରିଥିବାବେଳେ ଆଜି ସନ୍ଧ୍ୟାରେ ଭାରତରେ ପହଞ୍ଚିବ।

ସେହିପରି ଭାରତକୁ ଗତ ଜୁଲାଇ ୨୮ ତାରିଖରେ ପ୍ରଥମେ ୫ଟି ରାଫେଲ ଆସିଥିଲା। ଯାହାକୁ ଆନୁଷ୍ଠାନିକ ଭାବେ ସେପ୍ଟେମ୍ବର ୧୦ ତାରିଖରେ ସରକାର ଅନୁପ୍ରବେଶ କରାଇଥିଲେ। ତେବେ ଏହି ରାଫେଲ ଯୁଦ୍ଧ ବିମାନ ଗୁଡ଼ିକୁ ଲଦାଖ ସୀମାରେ ନିୟୋଜିତ କରାଯାଇଛି। ସୂଚନା ଅନୁସାରେ ୨୦୧୬ରେ ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ କିଣିବା ପାଇଁ ଚୁକ୍ତି କରିଥିଲା।