ମୁମ୍ବାଇ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆସନ୍ତା ଆଠ ତାରିଖରୁ ରାଜ୍ୟର କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳଗୁଡ଼ିକରେ ଲଜ୍, ଗେଷ୍ଟହାଉସ୍ ଏବଂ ହୋଟେଲ ଗୁଡିକ ଖୋଲିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ସୋମବାର ଏସମ୍ପର୍କୀୟ ଗାଇଡ୍ଲଇନ୍ ମଧ୍ୟ ଜାରି କରାଯାଇଛି।
ଗାଇଡ୍ଲାଇନ୍ ଅନୁଯାୟୀ, ବର୍ତ୍ତମାନ ହୋଟେଲ ଏବଂ ଲଜ୍ର ମାଲିକମାନେ ନିଜ ହୋଟେଲରେ ୩୩ପ୍ରତିଶତ ରୁମ୍ ବୁକ୍ ପାଇଁ ବ୍ୟବହାର କରିପାରିବେ ବୋଲି ଅନୁମତି ରହିଛି। ହୋଟେଲ୍ ଭିତରେ ଏବଂ ବାହାରେ ବ୍ୟାନର ଜରିଆରେ କରୋନା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରାଯିବ। ହୋଟେଲରେ ପ୍ରବେଶ ପୂର୍ବରୁ ଗ୍ରାହକଙ୍କ ସ୍କ୍ରିନିଂ କରାଯିବ। କରୋନାର କୌଣସି ଲକ୍ଷଣ ଥିଲେ ହୋଟେଲ କିମ୍ବା ଗେଷ୍ଟହାଉସରେ ରହିବାକୁ ଅନୁମତି ଦିଆଯିବ ନାହିଁ। ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ଦ୍ୱାରା ଉଲ୍ଲେଖ କରାଯାଇଛି।