‘ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍-୧୯ ଟିକା ବାହାରିବା ସମ୍ଭବ ନୁହେଁ’

ନୂଆଦିଲ୍ଲୀ, ଏଜେନ୍ସି : ଅଗଷ୍ଟ ୧୫ ମଧ୍ୟରେ କରୋନା ଟିକା ବ୍ୟବହାର ଉପଯୋଗୀ ହେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) କରିଥିବା ଘୋଷଣାରେ ସୋମବାର ବେଙ୍ଗାଲୁରୁ ସ୍ଥିତି ଇଣ୍ଡିଆନ ଏକାଡେମି ଅଫ୍ ସାଇନ୍ସ (ଆଇଏଏସ୍) ନିଜର ମତ ରଖିଛି। ଆଇସିଏମ୍ଆରର ଏଭଳି ଘୋଷଣା ଅସମ୍ଭବ ଓ ଅବାସ୍ତବ ବୋଲି କହିଛି ଆଇଏଏସ୍। ଏହି ରୋଗ ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ ଏକ ଟୀକା ବାହାର କରିବା ଏବେ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀ ବୋଲି ସ୍ୱୀକାର କରି ବୈଜ୍ଞାନିକମାନେ କହିଛନ୍ତି ଯେ, ମନୁଷ୍ୟ ଉପରେ ବ୍ୟବହାର ହେବାକୁ ଥିବା ଟିକା ବିକାଶ କରିବା ପୂର୍ବରୁ ଫଳପ୍ରଦ ଭାବରେ ଏହାର କ୍ଳିନିକାଲ ପରୀକ୍ଷା କରାଯିବା ଆବଶ୍ୟକ। ଯାହା ଏତେ କମ ସମୟ ମଧ୍ୟରେ ସମ୍ଭବ ନୁହେଁ।