କରୋନା ପ୍ରଭାବ: ମୁମ୍ବାଇ-ଅହମ୍ମଦାବାଦ ତେଜସ୍ ଏକ୍ସପ୍ରେସ୍ ଏକ ମାସ ପାଇଁ ବାତିଲ

ମୁମ୍ବାଇ,ଏଜେନ୍ସି: କରୋନା ମହାମାରୀକୁ ଦୃଷ୍ଟିରେ ରଖି ପଶ୍ଚିମ ରେଳବାଇ ପକ୍ଷରୁ ଏପ୍ରିଲ ୨ ତାରିଖ ଠାରୁ ଅହମ୍ମଦାବାଦ-ମୁମ୍ବାଇ-ଅହମ୍ମଦାବାଦ ତେଜସ୍ ଏକ୍ସପ୍ରେସ ବାତିଲ କରାଯାଇଛି। ପଶ୍ଚିମ ରେଳପଥର ମୁମ୍ବାଇ ଜୋନ୍ ଡିଭିଜନାଲ ମ୍ୟାନେଜର ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଟ୍ରେନ ନମ୍ବର-୮୩୯୦୨/୮୨୯୦୧ ଅହମ୍ମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ-ଅହମ୍ମଦାବାଦ ତେଜସ୍ ଏକ୍ସପ୍ରେସ୍ ୨୦୨୧ ଏପ୍ରିଲ ୨ ତାରିଖ ଠାରୁ ଏକ ମାସ ପାଇଁ ବନ୍ଦ ରହିବ। ଉଭୟ ମହାରାଷ୍ଟ୍ର ଓ ଗୁଜରାଟର କିଛି ସହରରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହୋଇଛି।