ଜାମ୍ମୁ କାଶ୍ମୀରର କାକାପୋରାରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର ଜାରି

ଶ୍ରୀନଗର,ଏଜେନ୍ସି: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଛନ୍ତି। ବଡ଼ ଧରଣର ଅଘଟଣା ଘଟାଇବା ପାଇଁ ଯୋଜନା କରୁଛନ୍ତି। ଏଭଳି ସୂଚନା ମିଳିବା ପରେ ଆତଙ୍କବାଦୀଙ୍କ ବିରୋଧରେ ଶୁକ୍ରବାର ସୁରକ୍ଷାବାହିନୀର ଯବାନମାନେ ପୁଣି ଥରେ ଏନକାଉଣ୍ଟର ଆରମ୍ଭ କରିଥିବା ଜଣାପଡ଼ିଛି। ପୁଲୱାମା ଜିଲ୍ଲାର କାକାପୋରା ଅଞ୍ଚଳରେ ପୁଲିସ ଓ ସୁରକ୍ଷା ବାହିନୀର ଯବାନମାନେ ଏହି ଏନକାଉଣ୍ଟର ଆରମ୍ଭ କରିଥିବା ଜାମ୍ମୁ କାଶ୍ମୀର ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ କାକାପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷା ବାହିନୀର ଯବାନଙ୍କୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।