୧୪ଟି ଫସଲର ଏମଏସପି ବଢ଼ିଲା, ଧାନର ନ୍ୟୁନତମ ମୂଲ୍ୟ ୧୦୦ ଟଙ୍କା ବଢ଼ି ୨୦୪୦ରେ ପହଞ୍ଚିଲା

ନୂଆଦିଲ୍ଲୀ: କୃଷକଙ୍କୁ ଉପହାର ସ୍ୱରୂପ ସରକାର ଏମଏସପି ଭେଟି ଦେଇଛନ୍ତି । ସରକାର ଖରିଫ ଋତୁ ପାଇଁ ୧୪ ଫସଲର ନ୍ୟୁନତମ ସମର୍ଥନ ମୂଲ୍ୟ(ଏମଏସପି) ବୃଦ୍ଧି କରିବାକୁ ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆର୍ଥିକ ମାମଲାର ମନ୍ତ୍ରୀମଣ୍ଡଳୀୟ ସମିତି ୨୦୨୨-୨୩ ବର୍ଷ ପାଇଁ ଫସଲର ଏମଏସପି ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଧାନର ଏମଏସପି ମୂଲ୍ୟ ଗତବର୍ଷ ଅପେକ୍ଷା ୧୦୦ ଟଙ୍କା ବଢ଼ିଛି । ଫଳରେ ଧାନର କ୍ୱିଣ୍ଟାଲ ପ୍ରତି ମୂଲ୍ୟ ୧୯୪୦ରୁ ୨୦୪୦ ଟଙ୍କା ହୋଇଯାଇଛି । ଧାନର ‘ଏ’ ଗ୍ରେଡ ସମର୍ଥନ ମୂଲ୍ୟ ୧୯୬୦ରୁ ବଢ଼ି ୨୦୬୦ ଟଙ୍କା କ୍ୱିଣ୍ଟାଲ ପ୍ରତି କରାଯାଇଛି । ୨୦୨୦ ପରେ ଲଗାତାର ତୃତୀୟଥର ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି ହୋଇଛି ।