ମେଣ୍ଟର ରୂପେ ଧୋନୀଙ୍କୁ ମିଳିବ ଏତିକି ଟଙ୍କା…

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଥିବା ଟି-ଟ୍ୱୋଣ୍ଟି ୱାର୍ଲ୍ଡକପ୍ ଲାଗି ଭାରତର ମେଣ୍ଟର ରୂପେ ନିଯୁକ୍ତ କରାଯାଇଛି। ଧୋନୀଙ୍କୁ ଏହି ଦାୟିତ୍ୱ ଲାଗି କେତେ ଟଙ୍କା ପାହୁଣା ମିଳିବ ସେନେଇ ଫ୍ୟାନ ଲଗାତାର ଭାବେ ପ୍ରଶ୍ନ କରୁଥିଲେ। ଆଉ ଏହାର ଉତ୍ତର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହ ଦେଇଛନ୍ତି।

ଜୟ ଶାହ କହିଛନ୍ତି ଯେ, ଏମଏସ ଧୋନୀ ଟି-ଟ୍ୱୋଣ୍ଟି ୱାର୍ଲ୍ଡକପ୍ ଲାଗି ଟିମର ମେଣ୍ଟର ରୂପେ ନିଜର ସେବା ପାଇଁ କୌଣସି ପାଉଣା ନେଉନାହାନ୍ତି।