ଅର୍ଥବ୍ୟବସ୍ଥାକୁ ମିଳିଲା ଡବଲ ବୁଷ୍ଟର: ଉଦ୍ୟୋଗିକ ଉତ୍ପାଦନ ୧୨ ପ୍ରତିଶତ ବଢ଼ିଲା

ନୂଆଦିଲ୍ଲୀ: ମହାମାରୀ ଚାପରୁ ବାହରୁଥିବା ଅର୍ଥବ୍ୟବସ୍ଥାକୁ ଆଜି ଡବଲ ବୁଷ୍ଟର ମିଳିଛି।  ଆଜି ଜାରି ହୋଇଥିବା ରିପୋର୍ଟ ମୁତାବକ, ଅଗଷ୍ଟରେ ଉଦ୍ୟୋଗିକ ଉତ୍ପାଦନ ୧୨ ପ୍ରତିଶତ ବଢ଼ିଛି। ଅନ୍ୟପଟେ ସେପ୍ଟେମ୍ବରରେ ଦରଦାମ ୫ ପ୍ରତିଶତରୁ ତଳକୁ ଖସିଯାଇଛି। ଏହି ପରିପ୍ରେକ୍ଷୀରେ ଅର୍ଥବ୍ୟବସ୍ଥା ଲାଗି ଉଦ୍ୟୋଗିକ ଉତ୍ପାଦନରେ ବୃଦ୍ଧି ଓ ଦରଦାମ  ନିୟନ୍ତ୍ରଣରେ ରହିବା ସବୁଠୁ ଭଲ ସଙ୍କେତ। ଗୋଟିଏ ପଟେ ମାଇନିଙ୍ଗ ଓ ଇଲେକ୍ଟ୍ରିସିଟି ଉତ୍ପାଦନରେ ଆଇଆଇପି ବଢ଼ିଥିବାବେଳେ ଅନ୍ୟପଟେ ଖାଦ୍ୟ ଦରଦାମ ହ୍ରାସ ଯୋଗୁ ଖୁଚୁରା ଦରଦାମ ଘଟିଛି।