ସାଂସଦଙ୍କ ପ୍ରସ୍ତାବକୁ ମାନିଲେ ହାଲ୍ କର୍ତୃପକ୍ଷ

କୋରାପୁଟ,ଏନ୍ଏନ୍ଏସ୍: ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ୍ ଏରୋନେଟିକ୍ସ ଲିମିଟେଡ୍(ହାଲ୍) ଦ୍ୱାରା ସୁନାବେଡ଼ାରେ ଏକ କୋଭିଡ ହସ୍ପିଟାଲ ଖୋଲିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଦେଇଥିବା ପ୍ରସ୍ତାବକୁ ହାଲ୍ କର୍ତୃପକ୍ଷ ଗ୍ରହଣ କରିଛନ୍ତି। କୋରାପୁଟ ଜିଲ୍ଲାରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂସଦ ଉଲ୍ଲାକା ଗୁରୁବାର ହାଲ୍ ନିର୍ବାହୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ୨୦୦ ଶଯ୍ୟାବିଶିଷ୍ଟ ଏକ କୋଭିଡ ହସ୍ପିଟାଲ୍ ଖୋଲିବାକୁ ଅନୁରୋଧ କରିଥିଲେ। ତେବେ ହାଲ୍ କର୍ତୃପକ୍ଷ ସାଂସଦଙ୍କ ପ୍ରସ୍ତାବ ଗ୍ରହଣ କରିବା ସହ ହାଲ୍ ପରିସର କିମ୍ବା ଟାଉନସିପ୍ ବାହାରର ଯେକୌଣସି ସ୍ଥାନରେ ଜିଲ୍ଲା ପ୍ରଶାସନ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କଲେ ହାଲ୍ ପ୍ରଶାସନ ସମ୍ପୂର୍ଣ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି।