କୋଭିଡ ମୁକାବିଲା ପାଇଁ ୩୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଭିଡ-୧୯ ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲାର ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩୨ଲକ୍ଷ ୩୦ ହଜାର ୧ଶହ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ କଳ୍ପନା ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷକ ସଂଘର ସଭାପତି ହେମସାଗର ଚୌଧୁରୀ, ଜିଲ୍ଲାର ଶିକ୍ଷକ ଓ ବ୍ଲକ ଶିକ୍ଷାଧିକାରୀମାନେ ଉପସ୍ଥିତ ରହି ଝାରସୁଗଡ଼ା ଜିଲ୍ଲାପାଳଙ୍କୁ ଏହି ଡ୍ରାଫ୍ଟ ପ୍ରଦାନ କରିଛନ୍ତି। କରୋନା ପରି ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କୁ ସହାୟତାର ହାତ ବଢ଼ାଇ ପାରିଥିବାରୁ ଆମେ ଗର୍ବିତ। ଏଥିସହିତ ପ୍ରତ୍ୟେକ ସକ୍ଷମ ବ୍ୟକ୍ତି ନିଜର କ୍ଷମତା ଅନୁଯାୟୀ ସରକାରଙ୍କୁ ସାହାଯ୍ୟ କରନ୍ତୁ ବୋଲି ଜିଲ୍ଲା ଶିକ୍ଷାଧିକାରୀ ସୁଶ୍ରୀ ପଣ୍ଡା କହିଛନ୍ତି।