ସାଂସଦଙ୍କ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ସାଂସଦ ସପ୍ତଗିରି ଉଲାକା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ପରିଦର୍ଶନରେ ଯାଇ କୁଳପତି ପ୍ରଫେସର ଆଇ.ରାମାବ୍ରହ୍ମମଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ସାଂସଦଙ୍କୁ ସୁନାବେଡ଼ା ମୁଖ୍ୟ କ୍ୟାମ୍ପସରେ କୁଳପତି ସ୍ୱାଗତ କରିଥିବାବେଳେ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଓ ଅଣଶୈକ୍ଷୀକ କର୍ମଚାରୀ ସମ୍ବର୍ଦ୍ଧିତ କରିଥିଲେ। ପରିଦର୍ଶନ ସମୟରେ ଶ୍ରୀ ଉଲାକା ଏବଂ କୁଳପତିଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ବିକାଶ ନିମନ୍ତେ ବିଶ୍ୱବିଦ୍ୟାଳୟ ଗ୍ରହଣ କରୁଥିବା ବିଭିନ୍ନ ଯୋଜନା, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ସାଂସଦ ଓ ଅନ୍ୟମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା। ଏହି ସମୟରେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ୍, ନିମାଇ ସରକାର, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ, କଂଗ୍ରେସ ନେତା କୃଷ୍ଣ କୁଳଦୀପ, ଜଗଦିଶ ଖୋସ୍ଲା, ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଯୁବନେତା ପ୍ରମୋଦ ନାଗ ଓ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଅସୀତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।