ଚନ୍ଦାହାଣ୍ଡିକୁ ରେଳପଥ ସଂଯୋଗ କରିବାକୁ ରେଳମନ୍ତ୍ରୀଙ୍କ ନିକଟରେ ସାଂସଦଙ୍କ ଦାବୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଜୁନାଗଡ଼ ଭାୟା ଧର୍ମଗଡ଼ ଦେଇ ଛତିଶଗଡ଼ର ଦେଓଭର ହୋଇ ନବରଙ୍ଗପୁରର ଚନ୍ଦାହାଣ୍ଡିକୁ ସଂଯୋଗ କରାଯାଉ ବୋଲି ଦାବୀ କରିଛନ୍ତି । ଏହାସହ ଜିଲ୍ଲାର ଝରିଗାଁ, ଉମରକୋଟ, ଡାବୁଗାଁ, ପାପଡ଼ାହାଣ୍ଡି ଓ ନବରଙ୍ଗପୁର ବ୍ଲକକୁ ସଂଯୋଗ କରାଯାଉ ବୋଲି ଶ୍ରୀ ମାଝୀ ରେଳମନ୍ତ୍ରୀଙ୍କ ନିକଟରେ ଦାବୀ କରିବା ସହ ଆଲୋଚନା କରିଛନ୍ତି । ଏହାଦ୍ୱାରା ଜନସାଧାରଣ ବିଶେଷ ଭାବେ ଉପକୃତ ହେବାସହ ଜିଲ୍ଲାର ଆର୍ôଥକ ବିକାଶ ହୋଇପାରିବ ବୋଲି ଶ୍ରୀ ମାଝୀ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।