ମିଳିତ କର୍ମଚାରୀ ସଂଘର ଆନ୍ଦୋଳନ ଷଷ୍ଠ ଦିନରେ

ଦେବଗଡ଼, ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟୁତ ବିତରଣ କମ୍ପାନୀ ୱେସ୍କୋକୁ ଘରୋଇ କମ୍ପାନୀ ଟାଟାକୁ ହସ୍ତାନ୍ତର କରାଯିବା ପ୍ରତିବାଦରେ ଦେବଗଡ଼ ୱେସ୍କୋ ଡିଭିଜନର ମିଳିତ କର୍ମଚାରୀ ସଙ୍ଘ ପକ୍ଷରୁ ଚାଲିଥିବା ଧାରଣା ଓ ବିକ୍ଷୋଭ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଆଜି ପୂର୍ବାହ୍ନରେ ୱେସ୍କୋ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡିଶା ବିଦ୍ୟୁତ କର୍ମଚାରୀ ସଙ୍ଘ, ହୀରା ଜିଟିଡ଼ି, ୱେସ୍କୋ ଇଞ୍ଜିନିୟର ଆସୋସିଏସନ, ଡିପ୍ଲୋମା ଇଞ୍ଜିନିୟର ସଙ୍ଘ ଏବଂ ୱେସ୍କୋ ଅଫିସର ଆସୋସିଏସନ ପକ୍ଷରୁ ବିକ୍ଷୋଭ ସହ ଧାରଣା ଦିଆଯାଇଥିଲା।
ଏଥିରେ ଇଞ୍ଜିନିୟର ଆସୋସିଏସନ ପକ୍ଷରୁ ଇଂ ସତ୍ୟବ୍ରତ ପଣ୍ଡା, ଡିପ୍ଲୋମା ଇଞ୍ଜିନିୟର ସଙ୍ଘ ପକ୍ଷରୁ ଇଂ ଆନନ୍ଦ କାଲୋ, ଓ ଇଂ ଜିତେନ୍ଦ୍ର ସାହୁ, ଅଫିସର ସଙ୍ଘ ପକ୍ଷରୁ ଅଞ୍ଜନ ଲେଙ୍କା ଓ ରଜତ କର, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଙ୍ଘର ଡ଼ିଭିଜନାଲ ସମ୍ପାଦକ ପ୍ରଦ୍ୟୁମ୍ନ ସାମଲ, ସବ ଡ଼ିଭିଜନାଲ ସମ୍ପାଦକ ସୁରେଶ ଦେହୁରୀ, କାର୍ଯ୍ୟକାରୀ ସଦସ୍ୟ ବସନ୍ତ କୁମାର ପ୍ରଧାନ, ଦେବୀ ପ୍ରସାଦ ପାଲ, ସତ୍ୟନାରାୟଣ ବେହେରା, ଗୌରହରି ବାରିକ, ବନ ବିହାରୀ ମୁଣ୍ଡା, ବିସିକେଶନ ମାଝୀ ଓ ହୀରା ଜିଟିଡ଼ି କର୍ମଚାରୀ ସଙ୍ଘର ଶିଶିର ରଣା, ସରୋଜ ସାହୁ ଏବଂ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।