ପାଟଣାଗଡ଼ ଅଞ୍ଚଳର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ବିୟୋଗରେ ଶୋକସଭା

ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ର ଦୁଇ ଦୁଇଥର ବ୍ଲକ୍ ଅଧ୍ୟକ୍ଷ ହୋଇସାରିଥିବା ତଥା ବିଜେପି ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାଏକଙ୍କ ବିୟୋଗରେ ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ବର୍ଗତ ଭକ୍ତବନ୍ଧୁ ନାଏକଙ୍କ ଆତ୍ମାର ଅମର ସତଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ତାଙ୍କର ସ୍ମୁତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଞ୍ଜlପନ କରାଯାଇଥିଲା।

ପୂର୍ବତନ ବ୍ଲକ୍‌ ସଭାପତି ଶ୍ରୀ ନାଏକ ଜଣେ ମେଳାପୀ ମିଷ୍ଟ, ସମାଜସେବୀ, କଳାକାର, ଆଗ ଧାଡ଼ିର ନେତା, ଗରିବର ସାଥି ତଥା ଜନସାଧାରଣଙ୍କ ଆସ୍ତାଭାଜନ ହୋଇପାରିଥିଲେ ବୋଲି ସଂଘର ସଭାପତି କହିଥିଲେ। ଅସମୟରେ ଇହଲୀଳା କରିବା ଜିଲ୍ଲା ତଥା ରାଜ୍ୟ ବିଜେପିକୁ ଶକ୍ତ ଝଟକା ଲାଗିବା ସହିତ ତାଙ୍କ ଅନୁପସ୍ଥିତିରେ ବିଜେପିରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ହୋଇ ରହିବ ବୋଲି କହିଛନ୍ତି। ବିଜେପି ନିଜର ଏକ ଦୃଢ଼ ସଂଗଠକ ହରାଇବା ସହିତ ଜଣେ ଦରଦୀ ବନ୍ଧୁଙ୍କୁ ହରାଇଛି। ସେ ବିଜେପି ଜିଲ୍ଲା ସଭାପତି ଏବଂ ପାଟଣାଗଡ ବ୍ଲକ୍‌ରୁ ଦୁଇ ଦୁଇ ଥର ବ୍ଲକ୍ ଅଧ୍ୟକ୍ଷ ରହିଥିଲେ।

ଉକ୍ତ ଶୋକ ସଭାରେ ଉପସ୍ଥିତ ସଂଘର ସାଧାରଣ ସମ୍ପାଦକ ପ୍ରବୀଣ ପୁରୋହିତ, କୋଷାଧ୍ୟକ୍ଷ ବଂଶୀଧର ସେଠ୍, ପ୍ରହଲ୍ଲାଦ ପାଢ଼ୀ, ରଞ୍ଜନ ମେହେର, ସୁନୀଲ ଚୋପଦାର, ସୁବୋଧ ମେହେର, ଦିଲୀପ ଭୋଇ, ବିଶ୍ୱାସ ପଟ୍ଟନାୟକ,ରାଜେଶ କୁମାର ଚାନ୍ଦ, ଗଣେଶ ଦାସ ସହିତ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସ୍ବର୍ଗତ ନାୟକଙ୍କ ସୃତି ଚାରଣ କରିଥିଲେ। ସେହିପରି ପାଟଣାଗଡ଼ ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରରେ ତାଙ୍କ ଆତ୍ମାର ସତଗତି ପାଇଁ ଦୀପ ଜାଳି ଶୋକସଭା କରାଯାଇଥିଲା।