ରାମନାଗୁଡ଼ା ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

ରାମନାଗୁଡ଼ା ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ାରେ ସ୍ଥାନୀୟ ସଦରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀଙ୍କ ମା’ଙ୍କୁ ନେଇ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଶିଶୁଙ୍କର ଶିକ୍ଷା ଗ୍ରହଣ କରିବା ଦିଗରେ ମା’ଙ୍କର ଅବଦାନ ଅଧିକ ରହିଥାଏ ସେଥିପାଇଁ ଆଜି ମାତୃ ସମ୍ମିଳନୀର ଆୟୋଜନ କରାଯାଇଥିଲା ବୋଲି ଅନୁଷ୍ଠାନର ସମ୍ପାଦକ ଅଜିତ ପାତ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନଆଚାର୍ଯ୍ୟ ନିର୍ମଳ ଚନ୍ଦ୍ର ପଣ୍ଡା, ଅଭିବାବକ, ଶିଶୁ ମନ୍ଦିରର ଗୁରୁମା ଓ ଗୁରୁଜୀଙ୍କ ସମେତ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମଚାରୀମାନେ ପରିଚାଳନା କରିଥିଲେ ।