ଦକ୍ଷିଣ ଦିଲ୍ଲୀରେ ଭୁସୁଡ଼ିଲା କୋଠା

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁସୁଡ଼ି ୫ଜଣ ଶ୍ରମିକ ତଳେ ଦବି ରହିଛନ୍ତି । ଏମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉକ୍ତ ୩ ତାଲା କୋଠାରେ ପୁନଃନିର୍ମାଣ କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି । ଘଟଣା ଘଟିବା ସମୟରେ ୫ଜଣ ଶ୍ରମିକ ହିଁ ସେଠାରେ କାମ କରୁଥିଲେ । ଘଟଣାସ୍ଥଳରେ ଫାୟାର ଟେଣ୍ଡରର ୬ଟି ଗାଡ଼ି ମହଜୁଦ ଥିବା ଦିଲ୍ଲୀ ଅଗ୍ନିସେବା ବିଭାଗ ସୂଚନା ପ୍ରଦାନ କରିଛି ।