ଏବେ ଲ୍ୟାବରେ ପ୍ରସ୍ତୁତ ହେବ ମା’ କ୍ଷୀର

ନୂଆଦିଲ୍ଲୀ, ଏଜେନ୍ସି: ଏବେ ଲ୍ୟାବରେ ପ୍ରସ୍ତୁତ ହେବ ମା’ କ୍ଷୀର। ଏହା ଖୋଲା ବଜାରରେ ମଧ୍ୟ ବିକ୍ରି ହେବ। ଏହି କ୍ଷୀରରେ ମା’ କ୍ଷୀର ଭଳି ପୁଷ୍ଟିକର ପଦାର୍ଥ ରହିବ । ଆମେରିକାର ମହିଳା ବୈଜ୍ଞାନିକମାନେ ବିଶ୍ୱରେ ପ୍ରଥମ ଥର ପାଇଁ ପରୀକ୍ଷଣ କରିଛନ୍ତି । ବୈଜ୍ଞାନିକମାନେ ଏହାକୁ ‘ବାୟୋମିଲ୍କ’ ବୋଲି କହିଛନ୍ତି । ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ କହିଛନ୍ତି ଯେ, ବାୟୋମିଲ୍କରେ ଥିବା ପୃଷ୍ଟିକର ପଦାର୍ଥ ଲ୍ୟାବରେ ପରୀକ୍ଷା ମଧ୍ୟ କରାଯାଇଛି । ବାୟୋମିଲ୍କରେ ମା’ କ୍ଷୀର ଭଳି ପୋଷକ ତତ୍ତ୍ୱ, ପ୍ରୋଟିନ୍, ଫ୍ୟାଟି ଏସିଡ୍ ଏବଂ ଅନ୍ୟାନ୍ୟ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ରହିବା ଉଚିତ । ଏହା ମଧ୍ୟ କୁହାଯାଉଛି ଯେ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ମା’ କ୍ଷୀରଠାରୁ ଅଧିକ ଅଟେ । ବାୟୋମିଲ୍କ ତିଆରି କରୁଥିବା କମ୍ପାନୀର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ବିଜ୍ଞାନ ଅଧିକାରୀ ଲୈଲା ଷ୍ଟ୍ରିକଲ୍ୟାଣ୍ଡ କହିଛନ୍ତି ଯେ, କ୍ଷୀରରେ ଆଣ୍ଟିବଡି ନାହିଁ କିନ୍ତୁ ବାୟୋମିଲ୍କର ପୁଷ୍ଟିକର ଏବଂ ଜୈବ ସକ୍ରିୟ ଉପାଦାନ ଅନ୍ୟ ଉତ୍ପାଦ ଅପେକ୍ଷା ଅଧିକ ଅଛି ।