ମହାନଦୀକୁ ଡେଇଁ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ, ଏନ୍ଏନ୍ଏସ୍: କଟକ ଯୋବ୍ରା ଆନିକଟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆନିକଟ ସ୍ଥିତ ମହାନଦୀକୁ ଡେଇଁ ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ମହିଳା ଜଣକ ପ୍ରଥମେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ନଦୀକୁ ଡେଇଁ ପଡ଼ିଥିଲେ। ଯୋବ୍ରାରେ ଆଲର୍ଟ ଥିବା ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ତୁରନ୍ତ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଏସସିବି ରେ ଭର୍ତ୍ତି କରାଯାଇଛି।