ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା

ଭୁବନେଶ୍ୱର: ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା। ବିବାହର ପ୍ରତିଶ୍ରୁତି ଦେଇ ଖେଳିବୁଲୁଥିବା ପ୍ରେମିକକୁ କୌଶଳ କ୍ରମେ ଧରିବା ପରେ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଛି ହାଇଡ୍ରାମା । ଧୋକାବାଜ୍ ପ୍ରେମିକକୁ ଧରିବା ପାଇଁ ଯୁବତୀ ଜଣକ ଅନ୍ୟ ଏକ ନମ୍ବରରୁ ନାମ ବଦଳାଇ କଥା ହୋଇ ଦେଖା କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଡ୍ରାମା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱରର ଆଇଜି ପାର୍କରେ । ଖବରପାଇ କ୍ୟାପିଟାଲ ଥାନାପୁଲିସ ଦୁଇ ଜଣକୁ ନେଇ ପଚାରଉଚରା କରିଛି। ସୂଚନା ଯୋଗ୍ୟ, ଦୁଇ ପ୍ରେମୀଯୁଗଳ ପରସ୍ପରକୁ ଗତ ଅକ୍ଟୋବର ମାସରୁ ଭଲପାଇ ଭୁବନେଶ୍ୱରରେ ଲିଭଇନ ରିଲେସନସିପରେ ରହୁଥିଲେ । ପ୍ରେମିକ ଜଣକ ରାଉରକେଲାର ରଞ୍ଜିତ ନାୟକ ଏବଂ ପ୍ରେମିକା ହେଉଛି ଭୁବନେଶ୍ୱର। ରଞ୍ଜିତ ଯୁବତୀ ଜଣକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଧରା ଛୁଆଁ ଦେଇ ନଥିଲେ । ପ୍ରେମିକା ପ୍ରେମିକଙ୍କ ଘରକୁ ବାରମ୍ବାର ଯାଇ ହତାଶ ହୋଇ ଫେରିଥିଲେ । ପ୍ରେମିକ ଫୋନ ନ ଉଠାଇବା ସହ ଘର ଲୋକ ତାଙ୍କ ସହ ବିବାହ କରାଇବାକୁ ଚାହୁଁ ନାହାନ୍ତି ବୋଲି କହୁଥିଲା ।

ତେବେ ଏହି ଲକଡାଉନ ସମୟରେ ପ୍ରେମିକା ଜଣକ ପ୍ରେମିକ ଘର ରାଉରକେଲା ପହଞ୍ଚିଥିଲେ । ଗତକାଲି ଉଭୟ ଦୁଇ ଜଣ ଭୁବନେଶ୍ୱର ଆସିଥିଲେ, ଆଜି ଆଇଜି ପାର୍କ ନିକଟରେ ପ୍ରେମିକା ବିବାହ କରିବା ପାଇଁ ଜିଦ ଧରି ବସିଲେ କିନ୍ତୁ ପ୍ରେମିକ ଜଣକ ରାଜି ନଥିବାରୁ ଖସି ପଳାଇବାକୁ ବସିଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କ ପେଣ୍ଟ ପକେଟକୁ ଜାବୁଡି ଧରିଥିଲେ। ଉଭୟ ପ୍ରେମୀ ଯୁଗଳଙ୍କ ଏଭଳି ଡ୍ରାମା ଦେଖି ଲୋକ ଭିଡ଼ ଲାଗିଥିଲା। କାହିଁକି ବାହା ହେବନି ବୋଲ ପ୍ରଶ୍ନ କରିବାରୁ ଯୁବକ ଜଣକ କହିଥିଲେ ସେ ଆଗ ଛାଡ଼ପତ୍ର ଦେଉ ତା’ପରେ ବାହା ହେବି। ଯୁବତୀ ଜଣକ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଝିଅ ଟିଏ ଥିବା ଜଣାପଡ଼ିଛି। ।