ନୂଆପଡ଼ାରେ ଶାଶୁ-ବୋହୂଙ୍କୁ ଗଳା କାଟି ହତ୍ୟା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛ । କିଛି ଦୁର୍ବୁତ୍ତ ଘରେ ପସି ଶାଶୁ, ବୋହୂକୁ ଗଳା କାଟି ହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଦ୍ୱୟ ହେଲେ ବୋହୂ ଅମ୍ବିକା ମେହେର(୫୫) ଓ ଶାଶୁ ପ୍ରେମଶିଳା ମେହେର(୬୫) ।

ମିଳିଥିବା ରିପୋର୍ଟ ମୁତାବକ, ଘରେ କେହିନଥିବା ବେଳେ ୨ଜଣଙ୍କୁ ହତ୍ୟା କରି ହତ୍ୟାକାରୀ ଫେରାର ମାରିଛି । ଘଟଣାସ୍ଥଳରେ ତୁଷୁରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।