ଫୁଲବାଣୀ, ଦାରିଙ୍ଗବାଡ଼ି, ଏନ୍ଏନ୍ଏସ୍: ପୁଅ ବୋହୂ ମାଡ଼ରେ ମା’ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମରେ ଘଟିଛି । ମୃତକ ଜଣକ ହେଲେ ପାଡ଼େନକେତା ଗ୍ରାମର ପୁଷ୍ପାଞ୍ଜଳି ପରିଚ୍ଛା । ମିଳିଥିବା ରିପୋର୍ଟ ମୁତାବକ, ପୁଷ୍ପାଞ୍ଜଳି ସ୍ୱାମୀଙ୍କ ସହିତ ପାଙ୍ଗାଲି ଗ୍ରାମରେ ହେବାକୁ ଥିବା ଏକ ଶୁଦ୍ଧିକ୍ରିୟା କାର୍ଯ୍ୟକୁ ଯିବା ପାଇଁ ବାହାରିଥିଲେ । ସନ୍ଧ୍ୟା ସମୟରେ କୌଣସି କାରଣରୁ ପୁଅ ବୋହୂ ଏବଂ ପୁଅର ସାଙ୍ଗ ଓ ସାଙ୍ଗର ସ୍ତ୍ରୀ ଅଚାନକ ପୁଷ୍ପାଞ୍ଜଳିଙ୍କୁ ଆକ୍ରମଣ କରି ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ପୁଷ୍ପାଞ୍ଜଳିଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ସ୍ୱାମୀ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।