ଅଭିଷେକ ବାନାର୍ଜୀଙ୍କୁ ସିବିଆଇର ସମନ

କୋଲକାତା: ଟିଏମସି ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଞ୍ଜା ଅଭିଷେକ ବାନାର୍ଜୀଙ୍କୁ ଶିକ୍ଷା ଘୋଟାଲା ମାମଲାରେ ସିବିଆଇ ସମନ ଜାରି କରିଛି । ଅଭିଷେକଙ୍କୁ କୋଲକାତାର ନିଜାମ ପ୍ୟାଲେସରେ କାଲି ହାଜର ହେବା ପାଇଁ କୁହାଯାଇଛି । ଅଭିଷେକଙ୍କୁ ଯାଞ୍ଚ ଏଜେନ୍ସି ଦ୍ୱାରା ଜେରା କରିବାର କଲିକୋତା ହାଇକୋର୍ଟର ନିର୍ଦ୍ଦେଶ ଉପରେ ପୂର୍ବରୁ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ ।