ଦୁର୍ଘଟଣାରେ ଚାଲିଗଲା ମା’-ପୁଅଙ୍କ ଜୀବନ

ସୋର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳା ଓ ତାଙ୍କ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି।

ମହିଳା ଜଣଙ୍କ ଶିଶୁ ପୁତ୍ରକୁ ନେଇ ସ୍ୱାମୀଙ୍କ ସହ ସ୍କୁଟିରେ ଭଦ୍ରକ ଯାଉଥିବା ବେଳେ ଖନ୍ତାପଡ଼ା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ସେମାନଙ୍କ ସ୍କୁଟିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ମହିଳା ଓ ତାଙ୍କ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ସେହିପରି ଘଟଣାସ୍ଥଳରୁ ଧକ୍କା ଦେଇଥିବା ଗାଡ଼ିଟି ଫେରାର ହୋଇଯାଇଛି।