ସୀମାରେ ଆତ୍ମସମର୍ପଣ କଲେ ଆତଙ୍କବାଦୀ ସଂଗଠନ ‘ଉଲ୍‌ଫା’ର ୫ ସଦସ୍ୟ

ଗୌହାଟୀ,ଏଜେନ୍ସି: ମେଘାଳୟ-ଆସାମ-ବାଂଲାଦେଶ ସୀମାରେ ଆତଙ୍କବାଦୀ ସଂଗଠନ ‘ଉଲ୍‌ଫା’ର ୫ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ଏଥି ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସୂଚନା ଅନୁସାରେ ମେଘାଳୟ-ଆସାମ-ବାଂଲାଦେଶ ସୀମାରେ ଆତଙ୍କବାଦୀ ସଂଗଠନ ‘ଉଲ୍‌ଫା’ର ସଦସ୍ୟମାନେ ଚଳପ୍ରଚଳ କରୁଥିବା ନେଇ ଭାରତୀୟ ସେନାର ଗୁଇନ୍ଦା ସଂସ୍ଥାକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ସୁରକ୍ଷା ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ବାଂଲାଦେଶ ସୀମାରେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ କୁଖ୍ୟାତ ଉଲ୍‌ଫା ନେତା ଏସ୍‌ଏସ୍ ଦୃଷ୍ଟି ରାଜଖୋୱା ଓ ତାର ଅନ୍ୟ ୪ ଜଣ ସହଯୋଗୀ ଧରାପଡ଼ିଥିଲେ। କିନ୍ତୁ ଏହି ୫ ଜଣ କୌଣସି କ୍ଷତି କରିବା ପୂର୍ବରୁ ସୁରକ୍ଷା ସଂସ୍ଥା ଆଗରେ ଆତ୍ମସମର୍ପଣ କରିଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।