ରାଜ୍ୟରେ ଦିନକରେ ୧୦୨୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ବେକାକୁ କରୋନା । ଗତ ୨୪ ଘଣ୍ଟାରେ ପୁଣି ୧୦୨୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୫୯୭ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୪୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ୧୯୫ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ନୂଆ ସଂକ୍ରମିତ ଜିଲ୍ଲାଙ୍କ ମଧ୍ୟରୁ ଖୋର୍ଦ୍ଧାକୁ ପାର କରିଛି ସୁନ୍ଦରଗଡ । ସୁନ୍ଦରଗଡରୁ ୨୫୯ ସଂକ୍ରମିତ ରହିଥିବା ବେଳେ ଖୋର୍ଦ୍ଧାରୁ ୧୫୮ ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ ୧, ବାଲେଶ୍ବର ୨୩, ବରଗଡ ୨୫, ଭଦ୍ରକରୁ ୧୭, ବଲାଙ୍ଗିରରୁ ୨୫, ବୌଦ୍ଧରୁ ୧୧, କଟକରୁ ୫୨, ଦେବଗଡରୁ ୮, ଗଜପତିରୁ ୭, ଜଗତସିଂହପୁରରୁ୧୩, ଯାଜପୁରରୁ ୧୪, ଝାରସୁଗୁଡାରୁ ୨୧, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୧୭, କେନ୍ଦ୍ରାପଡାରୁ ୧୨, କେନ୍ଦୁଝରରୁ ୧୨, କୋରାପୁଟରୁ ୧୬, ମୟୂରଭଞ୍ଜରୁ ୭୧, ନବରଙ୍ଗପୁରରୁ୧୯, ନୟାଗଡରୁ ୨୭, ନୂଆପଡାରୁ ୧୨, ପୁରୀରୁ ୧୪, ରାୟଗଡାରୁ ୯, ସମ୍ବଲପୁରରୁ ୮୮, ସୋନପୁରରୁ ୨୬ ଓ ଷ୍ଟେଟପୋଲରୁ ୩୫ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୧,୧୩୫ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୬୭୮୭ ସକ୍ରିୟ ମାମଲା ରହିଛି ।