ଆମେରିକାରେ ଟିକଟକ୍ ଉପରେ ଲାଗିବ ବ୍ୟାନ୍

ନୂଆଦିଲ୍ଲୀ: ଆମେରିକାରେ ରବିବାରଠାରୁ ଟିକଟକ୍ ଓ ୱିଚାଟ୍ ଉପରେ ପ୍ରତିବନ୍ଧକ ଲାଗିବ। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବେ ବୋଲି ନ୍ୟୁଜ ଏଜେନ୍ସି ଏଏଫପୀ ସୂଚନା ପ୍ରଦାନ କରିଛି।

ରିପୋର୍ଟ ମୁତାବକ, ଆମେରିକାରେ ରବିବାରଠାରୁ ଟିକଟକ୍ ଓ ୱିଚାଟ୍ ଡାଉନଲୋଡ କରାଯାଇପାରିବ ନାହିଁ। ଆମେରିକାରେ ପାଖାପାଖି ୧୦ କୋଟି ଲୋକ ଟିକଟକ୍ ବ୍ୟବହାର କରୁଛନ୍ତି। ଆମେରିକାର ବାଣିଜ୍ୟ ବିଭାଗ ଆଜି ଏକ ଆଦେଶ ଜାରି କରିବାକୁ ଯାଉଛି ଯାହାକି ସଂଯୁକ୍ତ ରାଷ୍ଟ୍ର ଆମେରିକା ସେପ୍ଟେମ୍ବର ୨୦ରୁ ଚୀନୀ ମାଲିକାନା ଟିକଟକ ଓ ୱିଚାଟ ଡାଉନଲୋଡ ଉପରେ ରୋକ ଲଗାଇବ। ଆମେରିକା ପୂର୍ବରୁ ଭାରତରେ ଟିକଟକ୍ ଉପରେ ବ୍ୟାନ ଲାଗିସାରିଛି।