ଦେଶରେ ଲାଗିଲା ୯୯ କୋଟିରୁ ଉର୍ଦ୍ଧ୍ୱ ଭ୍ୟାକ୍ସିନ ଡୋଜ୍

ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର କରୋନା ଟିକା ୧୦୦ କୋଟି ଡୋଜରେ ପହଂଚିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ୯୯ କୋଟିରୁ ଉର୍ଦ୍ଧ୍ୱ ଡୋଜ୍ ଦିଆଯାଇଥିବାବେଳେ ଆଗାମୀ ୨ ଦିନରେ ୧୦୦ କୋଟି ଡୋଜ୍ ଦିଆଯିବ। ଏଥିଲାଗି ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଭ୍ୟାକ୍ସିନ୍ ଉପଲବ୍ଧ ରହିଛି ଏବଂ ପ୍ରତ୍ୟେକ ମାସ ଭ୍ୟାକ୍ସିନ ଡୋଜ୍ ବଢ଼ିବ।

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସମୟରେ ୩ଟି ଭ୍ୟାକ୍ସିନ ଯଥା କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ-ଭି ଦିଆଯାଉଛି। ସେଥିମଧ୍ୟରେ କୋଭିସିଲ୍ଡ ୮୬କୋଟି ୯୫ଲକ୍ଷ ୫୫ହଜାର ୭୪୨, କୋଭାକ୍ସିନ ୧୧କୋଟି ୩୦ଲକ୍ଷ ୬୬ହଜାର ୩୯୮ ଓ ସ୍ପୁଟନିକ-ଭି ୧୦ଲକ୍ଷ ୪୩ହଜାର ୧୭ ଡୋଜ୍ ଦିଆଯାଇଥିବା ଜଣାପଡ଼ିଛି।