୨୪ ଘଣ୍ଟାରେ ଆଉ ୫୫୬ କରୋନାରେ ସଂକ୍ରମିତ, ୪ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ଆଜି ଆଉ ୫୫୬ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୮୭ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୩୨୪ଜଣ ଓ ସ୍ଥାନୀୟ ସଂକ୍ରମଣ ୨୩୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୫ହଜାର ୯୭୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୦୫, ଷ୍ଟେଟପୋଲରୁ ୭୧, କଟକରୁ ୪୧, ସୁନ୍ଦରଗଡ଼ରୁ ୧୮, ସମ୍ବଲପୁରରୁ ୧୭, ମୟୁରଭଞ୍ଜରୁ ୧୫, ପୁରୀରୁ ୧୨, ଜଗତସିଂହପୁର ଓ ଯାଜପୁରରୁ ୧୧ ଲେଖାଏଁ, ବାଲେଶ୍ୱରରୁ ୧୦, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ୮ ଲେଖାଏଁ, ବୌଦ୍ଧରୁ ୭, ଅନୁଗୁଳ ଓ ଝାରସୁଗୁଡ଼ାରୁ ୫ ଲେଖାଏଁ, ଗଞ୍ଜାମ, କୋରାପୁଟ ଓ କେଉଁଝରରୁ ୩ ଲେଖାଏଁ, ମାଲକାନଗିରି, ବଲାଙ୍ଗିର ଓ ଢେଙ୍କାନାଳରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସେହିପରି କରୋନା ଯୋଗୁ ୪ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା  ୮,୨୯୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ କଟକ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୫ହଜାର ୯୭୩ ହୋଇଥିବାବେଳେ ୧୦ଲକ୍ଷ ୨୨ହଜାର ୭୮୦ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୨୯୪ଜଣଙ୍କର ମୃତ୍ୟୁ ଘଟିଛି ଓ ୪ହଜାର ୮୪୬ଜଣ ଚିକିତ୍ସିତ ହେଉଛନ୍ତି।