ନୂଆଦିଲ୍ଲୀ,ଏଜେନ୍ସି: ଗତ ଦିନ ଅପେକ୍ଷା ଆଜି ଭାରତରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ବେକାବୁ ହୋଇଥିବା ବେଳେ ଆଜି ପୁଣି ୩୮ ହଜାର ୯୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରେ ୫୪୩ ଜଣଙ୍କ ଜୀବନ ମଧ୍ୟ ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହିତ ଭାରତରେ କୋଭିଡ-୧୯ରେ ୧୦ ଲକ୍ଷ ୭୭ ହଜାର ୬୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଥିବା ବେଳେ ୨୬ ହଜାର ୮୧୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୬ ଲକ୍ଷ ୭୭ ହଜାର ୪୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩ ଲକ୍ଷ ୭୩ ହଜାର ୩୭୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।