ଆଜି ରାଜ୍ୟର ୨୫ ଜିଲ୍ଲାରୁ ୭୩୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ ରାଜ୍ୟରେ କରୋନା ସାଂଘାତିକ ହେବାରେ ଲାଗିଛି। କରୋନା ରୋକିବାକୁ ବିଭିନ୍ନ ପଦକ୍ଷେପ ଅପଣାଯାଉଥିଲେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି। ତେବେ ଆଜି ପୁଣି ରାଜ୍ୟର ୨୫ ଜିଲ୍ଲାରୁ ୭୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪୮୧ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୫୫ ଜଣ ସର୍ବସାଧାରଣରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବପରି ଆଜି ଗଞ୍ଜାମରୁ ସର୍ବାଧିକ ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସର୍ବଧିକ ଭାବେ ଖୋର୍ଦ୍ଧାରୁ ୧୦୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଅନ୍ୟ ୨୩ ଟି ଜିଲ୍ଲା ମଧ୍ୟରେ କୋରାପୁଟରୁ ୪୫ ଜଣ, ଜଗତସିଂହପୁର ଓ ଯାଜପୁରରୁ ୪୦ ଜଣ ଲେଖାଏଁ, ଗଜପତିରୁ ୩୯ ଜଣ, ବାଲେଶ୍ୱରରୁ ୩୩ ଜଣ, କଟକରୁ ୨୭ ଜଣ, ସମ୍ବଲପୁରରୁ ୨୫ ଜଣ, ଅନୁଗୁଳରୁ ୨୨ ଜଣ, ମାଲକାନଗିରିରୁ ୧୮ ଜଣ, ସୁନ୍ଦରଗଡ଼ରୁ ୧୭ ଜଣ, ପୁରୀରୁ ୧୪ ଜଣ, ମୟୂରଭଞ୍ଜରୁ ୧୨ ଜଣ, ନୟାଗଡ଼ରୁ ୧୦ ଜଣ, ରାୟଗଡ଼ା ଓ ବୌଦ୍ଧରୁ ୮ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୭ ଜଣ, ଭଦ୍ରକରୁ ୫ ଜଣ, ବଲାଙ୍ଗିରରୁ ୪ ଜଣ, ବରଗଡ଼ରୁ ୩ ଜଣ, କଳାହାଣ୍ଡିରୁ ୨ ଜଣ ଓ କେନ୍ଦୁଝର, ନବରଙ୍ଗପୁର ଓ ଢ଼େଙ୍କାନାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୮୬ ହଜାର ୧୦୨ଟି କରୋନା ଟେଷ୍ଟ ହୋଇଥିବା ବେଳେ ସେଥିରୁ ୧୭ ହଜାର ୪୩୭ଟି ପଜିଟିଭ ଚିହ୍ନଟ ହୋଇଛି। ସେଥି ମଧ୍ୟରୁ ୧୧ ହଜାର ୯୩୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫ ହଜାର ୩୮୧ ଜଣ ସକ୍ରିୟ ଅଛନ୍ତି।