ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ମାରୱାଡ଼ୀ ଯୁବା ମଞ୍ଚ ପକ୍ଷରୁ ବରଗଡ଼ସ୍ଥିତ ବିକାଶ ମଲ୍ଟି ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ସହଯୋଗରେ ଆଜି ଦେବଗଡ ଜିଲ୍ଲା ମୁଖ୍ୟାଳୟସ୍ଥିତ ଗୋପାଳଜୀ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଏକ ମାଗଣା କ୍ୟାନ୍ସର ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ପୁରୁଷ ଓ ମହିଳା ନିଜର ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ପୂର୍ବାହ୍ନରେ ଯୁବ ମଞ୍ଚର ରାଷ୍ଟ୍ରୀୟ ସ୍ପୋର୍ଟ୍ସ କନଭେନର ସମ୍ବଲପୁର ପରାଗ ଅଗ୍ରୱାଲ, ସୌନଜ ଅଗ୍ରୱାଲ, ନନ୍ଦକିଶୋର ଅଗ୍ରୱାଲ ଓ ସୋନୁ ଶର୍ମା ଏହି ଶିବିରକୁ ଉଦଘାଟନ କରିଥିଲେ । ପରେ ବିକାଶ ମଲ୍ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ବଛାବଛା ଡାକ୍ତରଙ୍କ ଦ୍ୱାରା ପଞ୍ଜିକରଣ କରିଥିବା ଶତାଧିକ ମହିଳା, ପୁରୁଷ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ଏହି ଶିବିର ଆୟୋଜନରେ ଦେବଗଡ଼ ମାରୱାଡୀ ଯୁବା ମଞ୍ଚର ସଭାପତି ମନୀଷ ଅଗ୍ରୱାଲ, କାର୍ଯ୍ୟକ୍ରମର କନଭେନର ଜିତେନ୍ଦ୍ର ଅଗ୍ରୱାଲ, ବିବେକ ଗୋଏଲ, ପ୍ରକାଶ କୁମାର ଅଗ୍ରୱାଲ, ଚନ୍ଦନ ମିତ୍ତଲ ଓ ଆକାଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।