ରାୟଗଡ଼ା,ଏନ୍ଏନ୍ଏସ୍: କରୋନା ମହାମାରୀ ଓ ପରବର୍ତ୍ତି ସମୟରେ ଲକଡାଉନ ଯୋଗୁଁ ସରକାର ସମସ୍ତ ମଦ ଦୋକାନ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ମଦର ଚାହିବା ଜିଲ୍ଲାରେ ବଢିବାକୁ ଲାଗିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଦେଶୀ ମଦର କାରବାର ବୃଦ୍ଧି ପାଉଥିବା ଦେଖାଯାଇଛି। ଫଳରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଦେଶୀ ମଦ କାରବାର ଉପରେ ରୋକ ଲଗାଇବା ନିମନ୍ତେ ଅବକାରୀ ବିଭାଗକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦେଶୀ ମଦ ସହ ମଦ ପାଇଁ ବ୍ୟବହୃତ ହୋଉଥିବା ପୋଚ ଗୁଡିକୁ ନଷ୍ଟ କରାଯାଇଛି।
