ଦେବଗଡ଼ରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଆଜି ପୁଣି ଦେବଗଡ଼ରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ସହ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୬୬ରେ ପହଞ୍ଚିଛି। ସେହିପରି ଜିଲ୍ଲାର ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ମଧ୍ୟ ୫ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ ମଧ୍ୟରୁ ଜଣେ କେଲଡା ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସେ ତାମିଲନାଡୁ ଫେରନ୍ତା। ସେହିପରି ଅନ୍ୟ ୩ ଜଣ ବଂପରଡା ସ୍ଥିତ ୪ର୍ଥ ବାଟାଲିୟନର ଯବାନ ଗଞ୍ଜାମ ଜିଲ୍ଲାରୁ ଡ୍ୟୁଟିରେ ଯୋଗଦେଇ ଫେରିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।