ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଆଜି ୧୨ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଠିକାଦାର ପଡ଼ାରୁ ୫ଜଣ, ଲାଲଟିକ୍ରାରୁ ୩ଜଣ, ବ୍ରାହ୍ମଣପଡ଼ା, ଗୁଡ଼ଭେଲା ବ୍ଲକ, ଟିଟିଲାଗଡ଼ ସହର ଓ ଲୋଇସିଂହା ବ୍ଲକରୁ ଜଣେ ଲେଖାଏଁ ରହିଛନ୍ତି। ଠିକାଦାର ପଡ଼ାରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ୩ଜଣ ମହିଳା ଓ ୨ଜଣ ପୁରୁଷ ରହିଛନ୍ତି ସେମାନଙ୍କ ବୟସ ଯଥାକ୍ରମେ ୫୦,୩୮,୩୨,୧୧ ଓ ୫୮। ସେହିପରି ଲାଲଟିକ୍ରା ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ଜଣଙ୍କ ମଧ୍ୟରେ ୧୫ , ୧୨ ଓ ୧୦ ବର୍ଷର ଝିଅ ରହିଛନ୍ତି। ବ୍ରାହ୍ମଣପଡ଼ା ଅଞ୍ଚଳରୁ ଜଣେ ୪୯ ବର୍ଷୀୟ ପୁରୁଷ ଥିବାବେଳେ ଉକ୍ତ ସମସ୍ତ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଲୋଇସିଂହା ବ୍ଲକ କନ୍ଦାଜୁରୀ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣେ ପୁରୁଷଙ୍କ ବୟସ ୫୦ ହୋଇଥିବାବେଳେ ସେ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗୁଡ଼ଭେଲା ବ୍ଲକ ତେନ୍ତୁଲିଖୁଣ୍ଟି ଅଞ୍ଚଳର ଚିହ୍ନଟ ହୋଇଥିବା ଜଣେ ୧୫ ବର୍ଷ ନାବାଳକ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଟିଟିଲାଗଡ଼ ସହରର ଏଫସିଆ ଗୋଦାବ ଅଞ୍ଚଳରୁ ଜଣେ ୩୦ ବର୍ଷୀୟ ପୁରୁଷ ପଶ୍ଚିମବଙ୍ଗରୁ ଫେରି ଗତ ମାସ ୨୭ତାରିଖରୁ ହୋମ କ୍ୱାରେଣ୍ଟାଇନରେ ଥିଲେ ।
ସୂଚନାଯୋଗ୍ୟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦ରେ ପହଞ୍ଚିଥିବା ବେଳେ ୧୬୭ଜଣ ସୁସ୍ଥ ହୋଇଛନ୍ତି ଓ ୯୩ଜଣ ଚିକିତ୍ସିତ ହେଉଛନ୍ତି।