Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୦ ହଜାରରୁ ଉର୍ଦ୍ଧ୍ୱ କଫ ସିରଫ ଜବତ: ମାଫିଆ ଖସିଗଲା, ମୁଖ୍ୟ ସହଯୋଗୀ ଧରାପଡିଲା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୦ ହଜାରରୁ ଉର୍ଦ୍ଧ୍ୱ କଫ ସିରଫ ଜବତ: ମାଫିଆ ଖସିଗଲା, ମୁଖ୍ୟ ସହଯୋଗୀ ଧରାପଡିଲା

କାମରେ ଆସିଲା ହ୍ୱାଟ୍ସଆପ ନମ୍ବର

ବଲାଙ୍ଗିର,ଏନଏନଏସ: ସମଗ୍ର ପଶ୍ଚିମ ଓଡିଶାରେ ବେଆଇନ ଭାବେ କଫ ସିରଫ କାରବାର ଚଳାଇଥିବା ଏବଂ ଏହାକୁ ସମ୍ପୁର୍ଣ୍ଣ ଭାବେ ନିୟମନ୍ତ୍ରଣ କରୁଥିବା ନିଶା ମାଫିଆ ଗୋବନ୍ଦ ନେଗୀ ଓରଫ ସାନ ନେଗୀ ପୁଲିସକୁ ଚକମା ଦେଇ ଖସି ଯାଇଥିବା ବେଳେ ପୁଲିସ ତାର ମୁଖ୍ୟ ସହଯୋଗୀ ବଲାଙ୍ଗୀର ସହର ମାଲପଡାର ପ୍ରଶାନ୍ତ କ୍ଷେତୀ(୩୨) କୁ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ପ୍ରଶାନ୍ତ ସହିତ ବରପାଲି ପଡାର ରାଜୁ ପ୍ରଧାନ(୨୯) ଓ ଭୂବନେଶ୍ୱର ଡେଲଟା ଛକର ସୁଶୀଲ ବାରିକ(୨୯)ଙ୍କୁ ମଧ୍ୟ ଗିରଫ କରିଛି ।

ପୁଲିସ ସେମାନଙ୍କ ନିକଟରୁ ୧୦ ହଜାର ୬୮୦ ବୋତଲ କଫ ସିରଫ ଜବତ କରିଛି । ଏତେ ପରିମାଣରେ କଫ ସିରଫ ଜବତ ହେବା ସମଗ୍ର ପଶ୍ଚିମ ଓଡିଶାରେ ପ୍ରଥମ ଘଟଣା ବୋଲି ପୁଇଁନ୍ତଲା ଥାନା ପରିସରରେ ଅନୁଷ୍ଠିତ ହୋଇଥିବା ଏକ ସାଂବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁବାଷ ଜମାଦାର ସୂଚନା ଦେଇଛନ୍ତି । ଏହା ସହିତ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଗୋଟାଏ ମାକ୍ସ ପିକଅପ ନମ୍ବର ଓଡି-୧୭ଆର-୭୬୮୦ ଓ ୩ ଟି ମୋବାଇଲ ଫୋନ ଜବତ କରିଛି । ପୁଲିସର ସୂଚନା ଅନୁଯାୟୀ କଟକ ରୁ ଏକ ପିକଅପ ଗାଡିରେ ପ୍ରଚୁର ପରିମାଣରେ କଫ ସିରଫ ବୋଝେଇ ହୋଇ ବଲାଙ୍ଗୀର ଅଭିମୁଖେ ଆସୁଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଥିଲା ।

ସୂଚନାକୁ ଆଧାର କରି ପୁଲିସ ବଲାଙ୍ଗୀର-ସୋନପୁର ରାସ୍ତାରେ ଡେରା ପକାଇଥିଲା । ସମ୍ପୃକ୍ତ ଗାଡିଟିକୁ ପ୍ରଶାନ୍ତ କ୍ଷେତୀ ଚଳାଉଥିବା ବେଳେ ଅତି ଦ୍ରୁତ ଗତିରେ ଆସୁଥିଲେ । ପୁଲିସକୁ ଦେଖିବା ପରେ ପ୍ରଶାନ୍ତ ଆହୁରି ଦ୍ରୁତ ଗତିରେ ଗାଡି ଚଳାଇଥିଲେ । ଏଭଳି କି ରାସ୍ତାରେ ଗାଡିକୁ ଅଟକାଇବାକୁ ଥିବା ପୋଲିସ କର୍ମଚାରୀମାନଙ୍କ ଉପରେ ଚଢାଇ ଦେଇ ଫେରାର ହେବାକୁ ଉଦ୍ୟମ କରିଥିଲେ । ତେବେ ଆଗରେ ପୁଲିସର ଷ୍ଟପବୋର୍ଡ ଲାଗିଥିବାରୁ ପ୍ରଶାନ୍ତ ଗାଡିର ଭାରସାମ୍ୟ ହରାଇ ସାମ୍ନାପଟୁ ଆସୁଥିବା ଏକ ଟ୍ରକରେ ଗାଡିକୁ ମାଡ କରି ଦେଇଥିଲେ ।

ଫଳରେ ଗାଡି ଆଉ ଆଗକୁ ଯାଇ ପାରିନଥିଲା । ପୁଲିସ ସଙ୍ଗେ ସଙ୍ଗେ ଅଭିଯୁକ୍ତମାନଙ୍କୁ କାବୁ କରି ନେଇଥିଲା ଓ ଗାଡିକୁ ଖାନ ତଲାସ କରିଥିଲା । ଗାଡି ଭିତରେ ଏସକଫ କମ୍ପାନୀର ୪୮ କାର୍ଟୁନ ସିରଫ ମିଳିଥିଲା । ପ୍ରତି କାର୍ଟୁନରେ ୧୦୦ ମି.ଲିର ୧୬୦ ଟି ଲେଖାଏ ସିରଫ ରହିଥିବା ବେଳେ ମିଳିଥିବା ଆହୁରି ୩୦ କାର୍ଟୁନରେ ରିକୋଡିଲ ନାମକ କଫ ସିରଫ ରହିଥିଲା । ଏଥିରେ ମଧ୍ୟ ପ୍ରତି କାର୍ଟୁନରେ ୧୦୦ ମି.ଲି ର ୧୬୦ ଟି ଲେଖାଏ ସିରଫ ରହିଥିଲା ।

ସେମାନେ ଏହାର କୌଣସି ପ୍ରକାର ବିଲ କିମ୍ବା ପରିବହନ ସମ୍ବନ୍ଧୀୟ କାଗଜ ପତ୍ର ଦେଖାଇ ପାରିନଥିଲେ । ତଦନ୍ତ ସମୟରେ ସେମାନେ ସାନ ନେଗୀଙ୍କ ପାଇଁ ଏତେ ସବୁ କଫ ସିରଫ ବେଆଇନ ବ୍ୟବସାୟ ଉଦେ୍ଧଶ୍ୟରେ ଆଣିଥିବା ସ୍ୱୀକାର କରିଥିଲେ ବୋଲି ପୁଲିସ କହିଛି । ତେବେ ଏମାନେ ଧରା ପଡିବା ପଛରେ ପୁଲିସ ଜାରି କରିଥିବା ତଥା ଏସପିଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିବା ମୋବାଇଲ ନମ୍ବର ୯୪୩୮୯୧୬୫୧ ଅନେକ କାମରେ ଆସିଥିଲା । ଗୁପ୍ତ ସୂଚନା ସବୁ ଏହି ମୋବାଇଲ ଜରିଆରେ ମିଳିଥିଲା ବୋଲି ପୁଲିସ କହିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀରରେ ବଢି ଚାଲିଥିବା ବେଆଇନ କଫ ସିରଫ କାରବାର ଉପରେ ରୋକ ଲଗାଇବା ପାଇଁ ଏସପି ଏକ ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି । ଚଢାଉ ସମୟରେ ଏହି ଟିମର ସଦସ୍ୟ ସଦର ଏସଡିପିଓ ଶ୍ରୀମନ୍ତ ବାରିକ , ସଦର ଥାନା ଅଧିକାରୀ ତୁଫାନ ବାଗ , ପୁଇଁନ୍ତଲା ଥାନାଧିକାରୀ ବି.ରୁଦ୍ରିଆ ,ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ , ଏସଆଇ ଆର.କେ.ସାହୁ , ଏସଆଇ ଏ.ନାୟକ ଓ ଏଏସଆଇ ଜି.ନାୟକ ପ୍ରମୁଖ ଭୁମିକା ନେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟିମ ଦ୍ୱାରା ୧୬ ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୯ ଜଣଙ୍କୁ ଗିରଫ କରାଯାଇଛି । ଆଗାମୀ ଦିନରେ ମଧ୍ୟ କଫ ସିରଫ କାରବାର ଉପରେ ରୋକ ଲଗାଇବା ପାଇଁ ଏଭଳି ଚଢାଉ ଜାରି ରହିବ ବୋଲି ଅତିରିକ୍ତ ଏସପି ଶ୍ରୀ ଜମାଦାର କହିଛନ୍ତି ।
ଫଟୋ-ଜବତ ହୋଇଥିବା କଫ ସିରଫ , ଗାଡି ଓ ଅଭିଯୁକ୍ତମାନେ