ମୌସୁମୀ ବର୍ଷାରେ ଭିଜିଲା ମୁମ୍ବାଇ

ମୁମ୍ବାଇ: ମୁମ୍ବାଇରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ସକାଳୁ ଆରମ୍ଭ ହୋଇଥିବା ଭାରି ବର୍ଷା ଯୋଗୁ କିଛି ତଳ ଅଞ୍ଚଳରେ ଜଳମଗ୍ନ ହୋଇଥିବା ସୂଚନା ମିଳିଛି। ଲୋକାଲ ଟ୍ରେନ ଚଳାଚଳରେ ବାଧା ସଷ୍ଟି ହୋଇନଥିବା ବେଳେ ରେଳ ଲାଇନରେ ପାଣି ଜମିଛି। ସଡ଼କରେ ପାଣି ଜମି ଥିବାରୁ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଉ କିଛି ବସର ମାର୍ଗ ପରିବର୍ତ୍ତନ କରାଯାଇଛି। ସହରର ଅନେକ ଅଞ୍ଚଳ ଓ ଉପନଗରରେ ଆଜି ସକାଳୁ ବିଜୁଳି ମାରିବା ସହ ଭାରି ବର୍ଷା ହୋଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ଦକ୍ଷିଣ ମୁମ୍ବାଇର ପ୍ରତିନିଧିତ୍ୱ କରୁଥିବା କୋଲାବା ବେଧଶାଲାରେ ଗତ ୨୪ ଘଣ୍ଟାରେ ୭୭.୪ ମିମି ଓ ସାନ୍ତାକ୍ରୁଜ ବେଧଶାଲାରେ ୫୯.୬ ମିମି ବର୍ଷା ରେକର୍ଡ କରାଯାଇଛି।