ପାଠକ ବାପ-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

କଟକ,ଏନ୍ଏନ୍ଏସ୍: ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ହାଇକୋର୍ଟରୁ ଜାମିନ ମିଳିଯାଇଛି। ଟାଟା କମ୍ପାନୀରେ ଚାକିରି ନାମରେ ଠକେଇ ମାମଲାରେ ସେମାନଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। କିନ୍ତୁ ଅନ୍ୟ ମାମଲା ବିଚାରଧୀନ ଥିବାରୁ ପାଠକ ବାପ-ପୁଅ ଏବେ ବି ଜେଲରୁ ବାହାରି ପାରିବେନି।