ଉତ୍ତରପ୍ରଦେଶ: ହାତ ଛାଡ଼ି ପଦ୍ମ ଧରିଲେ କଂଗ୍ରେସ ନେତା ଜିତିନ୍ ପ୍ରସାଦ୍

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ନିକଟତର ହୋଇଥିବା ବେଳେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। କଂଗ୍ରେସ ନେତା ଜିତିନ୍ ପ୍ରସାଦ ଆଜି ବିଜେପିରେ ସାମିଲ ହୋଇଛି। ଏନେଇ ସେ ଆଜି ଦିଲ୍ଲୀ ସ୍ଥିତ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ବାସଭବନକୁ ଯାଇଥିଲେ। ଏହା ପରେ ସେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟକୁ ଯାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ୍।

ଏହା ପୂର୍ବରୁ ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଥିଲେ। ଦିବଙ୍ଗତ ବରିଷ୍ଠ ନେତା ଜିତନ୍ଦ୍ରେ ପ୍ରସାଦଙ୍କ ପୁଅ ଜିତିନ୍ ପ୍ରସାଦ ଉତ୍ତରପ୍ରଦେଶରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।