ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର : ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ ପ୍ରଧାନ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମଳିଛି। ସଭାପତି ଚୟନ ନେଇ ମତାମତ ନିଆଯାଇନଥିବା କହିଲେ ଜଗନ୍ନାଥ। ନିଜ ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଜଗନ୍ନାଥ। ସ୍ୱାଭିମାନଙ୍କୁ ଜଳାଞ୍ଜଳି ଦେଇ ରାଜନୀତି କରିହେବନି କହିଲେ ଜଗନ୍ନାଥ। ଗତ ନିର୍ବାଚନରେ ଭୁବନେଶ୍ୱର ମଧ୍ୟରୁ ପ୍ରାର୍ଥୀ ହୋଇଥିଲେ। ଆଜି ବାବୁ ସିଂଙ୍କୁ ଭୁବନେଶ୍ୱର ବିଜେପି ସଭାପତି ଘୋଷଣା ହୋଇଛି।