ଏଟିଏମ କାର୍ଡକୁ ହ୍ୟାକ୍ କରି ଟଙ୍କା ଲୁଟ

ଦେଓଗାଁ,ଏନ୍ଏନ୍ଏସ୍ : ଦେଓଗାଁ ଥାନା ଅନ୍ତର୍ଗତ ଉପରଝର ପଞ୍ଚାୟତ ରେଙ୍ଗାଲୀ ଗାଁର ଜଣେ ବ୍ୟକ୍ତିଙ୍କ ଏଟିଏମ କାର୍ଡକୁ ହ୍ୟାକ କରି ରାଜ୍ୟ ବାହାରର ଅନଲାଇନ ଲୁଟେରା ଦଳ ଟଙ୍କା ଲୁଟିଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ ହେଇଛି। ଏସବିଆଇ ଆକାଉଣ୍ଟରୁ ଝାଡ଼ଖଣ୍ଡ ରାଞ୍ଚିସ୍ଥିତ ଶ୍ରୀନଗର ଏଟିଏମରୁ କେହି ଦୁର୍ବୁତ୍ତ ୧୦ ହଜାର ଟଙ୍କା କାଢ଼ି ନେଇଥିବା ରେଙ୍ଗାଲୀ ଗାଁର ସୁକଦେବ ପ୍ରଧାନ ଅଭିଯୋଗ କରିଛନ୍ତି । ସୁକଦେବଙ୍କ ଏଟିଏମ କାର୍ଡ ନିଜ ପାଖରେ ଥିବାବେଳେ କାର୍ଡକୁ ହ୍ୟାକ କରି ଟଙ୍କା କଢ଼ାଯାଇଛି। ଏହି ଅନଲାଇନ ଠକେଇର ଶିକାର ହେବା ପରେ ସୁକଦେବ ବଲାଙ୍ଗିର ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି। ଏହାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।