ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୦୦ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୩୩ହଜାର ୮୮୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫, କଟକରୁ ୧୩, ସୁନ୍ଦରଗଡ଼ରୁ ୧୧, ଅନୁଗୁଳରୁ ୮, ପୁରୀରୁ ୬, ବରଗଡ଼, ଭଦ୍ରକ, କେଉଁଝର ଓ ନୂଆପଡ଼ାରୁ ୫ ଲେଖାଏଁ, ଦେଓଗଡ଼ ଓ ଝାରସୁଗୁଡ଼ାରୁ ୪ ଲେଖାଏଁ, ବାଲେଶ୍ୱର, କନ୍ଧମାଳ ଓ ସମ୍ବଲପୁରରୁ ୩ ଲେଖାଏଁ, ବଲାଙ୍ଗିର, ଗଞ୍ଜାମ, କେନ୍ଦ୍ରାପଡ଼ା, କୋରାପୁଟ, ମୟୁରଭଞ୍ଜ, ସୋନପୁର ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ ହଜାର ୪୬୦ ହୋଇଥିବାବେଳେ ୩ଲକ୍ଷ ୩୩ହଜାର ୮୮୮ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୯୧୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୬୦୬ ଜଣ ଚିକିତ୍ସିତ ହେଉଛନ୍ତି।