ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ପରଦା ଉଠିଛି । ବହୁ କଳ୍ପନା ଜଳ୍ପନା ପରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କୁ ଚୟନ କରାଯାଇଛି । ମୋହନ ଯାଦବ ନବନିର୍ମାଣ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ । ଏଥର ଉଜ୍ଜେନ ଦକ୍ଷିଣ ସିଟରେ ନିର୍ବାଚିତ ହୋଇଥିଲେ । ବିଜେପି ବିଧାୟକ ଦଳର ଆଜି ହୋଇଥିବା ବୈଠକରେ ତାଙ୍କ ନାଁ ଉପରେ ମୋହର ଲଗାଯାଇଛି । ଏହାସହ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ।