ଦିନିକିଆରେ ନମ୍ବର ୧ ସ୍ଥାନରେ ସିରାଜ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ଫାଇନାଲ ମୁକାବିଲାରେ ଭାରତୀୟ ଟିମର ବିଜୟରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବଡ଼ ସଫଳତା ମିଳିଛି । ଆଇସିସି ୱାର୍ଲ୍ଡ ବୋଲର୍ସ ରାଙ୍କିଂରେ ୮ତମ ସ୍ଥାନ ଉପରକୁ ଉଠି ସିରାଜ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି । ଶ୍ରୀଲଙ୍କା ବିରୋଧରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ସିରାଜ ୭ ଓଭର ବୋଲିଂ କରି ୨୧ ରନ ବ୍ୟୟରେ ୬ ୱିକେଟ ହାସଲ କରିଥିଲେ ।

ମହମ୍ମଦ ସିରାଜ ଏସିଆ କପ ଆରମ୍ଭ ହେବା ପୂର୍ବରୁ ୬୪୩ ରେଟିଂ ସହ ୯ମ ସ୍ଥାନରେ ଥିଲେ । ଆଉ ଏବେ ୬୯୪ ରେଟିଂ ସହ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସିରାଜ ଏସିଆ କପରେ ୧୨.୨ ଆଭରେଜ ସହ ୧୦ ୱିକେଟ ନେଇଥିଲେ ।