ସାମୀଙ୍କୁ ବିବାହ ପ୍ରସ୍ତାବ ଦେଲେ ବଲିଉଡ ଅଭିନେତ୍ରୀ

ନୂଆଦିଲ୍ଲୀ: ୱାର୍ଲ୍ଡକପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀଙ୍କ ଜଲୱା ଜାରୀ ରହିଛି । ସାମୀ ମାତ୍ର ୪ଟି ମ୍ୟାଚ୍ ଖେଳି ୭ ଏଭରେଜରେ ମୋଟ ୧୬ଟି ୱିକେଟ ନେବାରେ ସଫଳ ହୋଇଛନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆରେ ସାମୀ ଭିନ୍ନ କାରଣରୁ ଚର୍ଚ୍ଚାରେ ଅଛନ୍ତି ।

ମହମ୍ମଦ ସାମୀଙ୍କୁ ବଲିଉଡର ସୁପ୍ରସିଦ୍ଧ ଅଭିନେତ୍ରୀ ପାୟଲ ଘୋଷ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି । ପାୟଲ ଟ୍ୱିଟ୍ କରି ସାମୀଙ୍କ ଉଦ୍ଦେଶ୍ୟରେ ନିଜ ମନ କଥା ପ୍ରକାଶ କରିଛନ୍ତି । ସାମୀ ତୁମେ ଇଂରାଜୀ ସୁଧାରି ନିଅ ମୁଁ ବିବାହ କରିବାକୁ ପ୍ରସ୍ତୁତ ଅଛି ବୋଲି ପାୟଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି । ପାୟଲଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।