ଭଲ କାମ କରୁଥିବା ଲୋକଙ୍କୁ ଜେଲ ପଠାଯାଉଛି: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ମଦ ଦୁର୍ନୀତିକୁ ନେଇ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କୁ ଗତକାଲି ଗିରଫ କରିଛି । ଏହା ପରେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟକୁ ଆମ ଆଦମି ପାର୍ଟି ଘେରିବାକୁ ନିଷ୍ପତ୍ତି ନେଇଛି । ଇତିମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ସିସୋଦିୟାଙ୍କ ଗିରଫଦାରୀକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ।

ଅଖିଳେଶ ଯାଦବ କହିଛନ୍ତି ଯେ, ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମନିଷ ସିସୋଦିୟାଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସମୟରେ ଯିଏ ଭଲ କାମ କରୁଛି ତାକୁ ଜେଲ ପଠାଯାଉଛି ।