ପାଟଣା,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭରସାରେ ବିହାରରେ ନିର୍ବାଚନ ବୈତରଣୀ ପାର କରିବାକୁ ଏନଡିଏ ଲକ୍ଷ୍ୟ ରଖିଛି। ଏଥର ବିହାର ନିର୍ବାଚନରେ ମୋଦୀ ୧୨ଟି ରାଲି କରିବେ ଯାହାକି କେବଳ ବିଜେପି ପାଇଁ ନୁହେଁ ପୁରା ଏନଡିଏ ଲାଗି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ରହିବେ। ଆଉ ଯଦି କୌଣସି ବୈଠକରେ ମୁଖ୍ୟମନ୍ତ୍ରୀ ନ ରୁହନ୍ତି ତେବେ ତାଙ୍କ ଦଳର ନେତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ପାଟଣାରେ ଏନଡିଏ ତରଫରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ବିହାରରେ ତାଙ୍କ ପ୍ରଥମ ରାଲି ଅକ୍ଟୋବର ୨୩ରୁ ଆରମ୍ଭ କରିବେ । ୨୩ରେ ସାସାରାମ, ଗୟା, ଭାଗଲପୁରରେ ଆୟୋଜିତ ହେବାକୁ ଥିବା ରାଲିରେ ସାମିଲ ହେବେ। ଅକ୍ଟୋବର ୨୮ରେ ଦରଭଙ୍ଗା, ମୁଜରଫୁର, ପାଟନା ଓ ନଭେମ୍ବର ୧ରେ ଛପରା, ପୂର୍ବ ଚମ୍ପାରଣ ଓ ସମସ୍ତୀପୁରରେ ରାଲି କରିବେ। ନଭେମ୍ବର ୩ରେ ପଶ୍ଚିମୀ ଚମ୍ପାରଣ, ସହରସା ଓ ଫାରାବିସଗଞ୍ଜରେ ରାଲି ହେବ ବୋଲି ଜଣାପଡ଼ିଛି। ଏନଡିଏ ଦ୍ୱାରା ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପିର ଦେବେନ୍ଦ୍ର ଫଡନାବିସ, ରବିଶଙ୍କର ପ୍ରସାଦ, ମଙ୍ଗଲ ପାଣ୍ଡେ, ଜେଡିୟୁର ସଞ୍ଜୟ ଝା, ହମରୁ ଦାନିଶ ରିଜବାନ ଓ ବିଆଇପି ପ୍ରବକ୍ତା ଉପସ୍ଥିତ ଥିଲେ।